ନୁଆ ବହି
 

ନୁଆ ବହି

By: Manoj Patil

ନୁଆ ବହି

ch1

ଜନମର ନାହିଁ ଲଗ୍ନ, ମରଣର ନାହିଁ ଲଗ୍ନ
ତେବେ ମଣିଷ ଜୀବନ ସାରା
ଖୋଜୁଥାଏ ଶୁଭଲଗ୍ନ

ସପନ ହେଲେ ବି ଭଗ୍ନ
ସଂସାର ସିଂଧୁରେ ଅହରହଃ ହୁଏ ମଗ୍ନ

ch2

ବଡ଼ଲୋକଂକର କାଳ୍ପନିକ ଓ ଅତୀତାଶ୍ରିତ ଆଦର୍ଶ ଓ ପିଲାଲୋକଂକର ଅନୁଭୂତ ବାସ୍ତବତା ମଧ୍ୟରେ ଆଉ ତାଳମେଳ ନାହିଁ। ଉପଦେଶ ନୁହେଁ, ଏବେ ଆମକୁ ଉଦାହରଣ ଦରକାର। ଛଳନାମୟ ସୁବିଧାବାଦର ଅଂତ ନ ଘଟିବା ଯାଏଁ ଭାବୁକ ମଣିଷମାନେ ଏବେ କେବଳ ପ୍ରତୀକ୍ଷା ଓ ପ୍ରାର୍ଥନା କରିବା ପାଇଁ ସ୍ବାଧୀନ।

ch3

ଆଜି ଜଣେ ସହକର୍ମା ପଚାରି ବସିଲେ,

ପ୍ରଶାନ୍ତ ଭାଇ, ପିଲାମାନେ ଏତେ ଛୋଟ ଆଉ ନିରୀହ ହେଲେ ମୋତେ ଭାବି ଆଶ୍ଚର୍ଯ୍ୟ ଲାଗେ ଯେ ସେମାନେ ହଠାତ୍‌ ଯେଉଁ ପ୍ରଶ୍ନ ପଚାରି ବସନ୍ତି; ତା’ର ଉତ୍ତର ଦେବାକୁ ଜିଭ ଲେଉଟେନା। କେତେବେଳେ ହୁଏତ ଉତ୍ତର ନଥାଏ ଆଉ କେତେବେଳେ ଶଙ୍କା ଲାଗେ ସତ ଉତ୍ତର ଦେବାକୁ। କେମିତି ଏଇ ପରିସ୍ଥିତିର ସମାଧାନ କରାଯାଇପାରିବ ?

ପ୍ରଶ୍ନଟା ଯେ ବାସ୍ତବିକ ଆଉ ବିଶ୍ୱବ୍ୟାପୀ ଏହା ଅକାଟ ସତ୍ୟ । ହେଲେ ସେ କେଉଁ ପରିସ୍ଥିତିରେ ପଡ଼ି ମୋତେ ଏହି ପ୍ରଶ୍ନ କରୁଛନ୍ତି ଜାଣିବାକୁ ତାଙ୍କୁ ପଚାରିଲି,

ପୁଅଝିଅ ଘରେ କଣ ପଚାରି ଆପଣଙ୍କୁ ଅପଦସ୍ତରେ ପକାଇଦେଲେ କି !

ସେ ହଁ ଭରିଲେ । ଆଉ କହିଲେ,

“ଆଜି କେହି ଜଣେ ଖଳବ୍ୟକ୍ତି ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ବିଦ୍ୟାଳୟ ସମ୍ମୁଖରେ ଗୋଡ଼ାଇ ଆସିଲା । ଏହି ଭୟରେ ତାର ଦେହ ଖରାପ ହୋଇଛି। କାଲି ରାତିରେ ଜ୍ୱର ବାଉଳାରେ ସେ ମୋତେ ପଚାରି ବସିଲା,